top of page
କହିବା କାହାକୁ ଶୁଣିବ କିଏ??? (Kahiba Kahaku Suniba Kie???)
Original price
₹100.00
Sale price
₹50.00
(୨୦୨୪ ଗାୟତ୍ରୀ ତ୍ରିପାଠୀ ସ୍ମୃତି ସମ୍ମାନ ପ୍ରାପ୍ତ କବିତା ସଙ୍କଳନ)
'କହିବା କାହାକୁ ଶୁଣିବ କିଏ ??? ' କବିତା ସଂକଳନ କହିବାକୁ ଗଲେ କବିତାମାନଙ୍କର ଏପରି ଏକ ମିଶ୍ରଣ ଯାହା ସମସ୍ତ ବର୍ଗର ପାଠକପାଠିକାଙ୍କ ମନକୁ ଛୁଇଁ ପାରିବ ବୋଲି ମୋର ଆଶା । ଏଠି ଅଛି ନିଛକ ସତ୍ୟର ପ୍ରତିଛବି, ପୁଣି ଆଶା ଆକାଂକ୍ଷାର ଅଦୃଶ୍ୟ ଆଗମନର ବାର୍ତ୍ତା । ଏଠି ଅଛି ଅତୃପ୍ତ ମମତାର ଅକୁହା କାହାଣୀ ସହ ଲୁପ୍ତପ୍ରାୟ ପ୍ରଜାତିଙ୍କ ମାର୍ମିକ ବେଦନା ଓ ଯାତନାର ଯାତ୍ରା କାହାଣୀ । ଏଠି ଆମେ ପାଇବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ପଷ୍ଟ ନିର୍ଭୀକ କର୍କଶ ସ୍ୱର, ପୁଣି ତା'ର ସମାଧାନ ନିମନ୍ତେ ବିନମ୍ର ପ୍ରାର୍ଥନାର ଝର । ନୈତିକତାର ହତ୍ୟା ପାଇଁ ଚାଲିଥିବା ରୀତିମତ ଷଡ଼ଯନ୍ତ୍ରର ଗୁମର ସହ ଆପଣ ଏଠି ପାଇବେ ଶ୍ୱାସରୁଦ୍ଧ ମମତା ଓ ନିଷ୍ପେସିତ ବାର୍ଦ୍ଧକ୍ୟର ଅନ୍ତିମ ଇଚ୍ଛାର ବିବରଣୀ ।
ସଙ୍ଗୀତା ପଣ୍ଡା (କବୀ)
Quantity
bottom of page



Reviews
ମୁଁ ନାରୀ ଠାରୁ ଆରମ୍ଭ କରି ଜୀବନ ଯାତ୍ରା ପର୍ଯ୍ୟନ୍ତ ସବୁଠି ଦୁଇଟି ପ୍ରଶ୍ନ, କହିବା କାହାକୁ??? ଶୁଣିବ କିଏ??? ହୁଏତ କେବେ ନା କେବେ କେହି ନା କେହି ଶୁଣିବ ନିଶ୍ଚୟ... ଅନେକ ଅନେକ ଶୁଭେଚ୍ଛା ସଙ୍ଗୀତା...