top of page

Tike Pita (ଟିକେ ପିତା)

Original price

₹100.00

Sale price

₹50.00

“ଟିକେ ପିତା” କବିତା ସଂକଳନ, ସାମାଜିକ ସମସ୍ୟାର ପ୍ରତିଫଳନ

ସୁଶାଂତ ଦାଶ

(ସଭାପତି, ବ୍ରହ୍ମପୁର ସାହିତ୍ୟ ପରିଷଦ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ)

 

ବହୁବିଧ ସାହିତ୍ୟ ରଚନା ତଥା ଗଳ୍ପ, ନାଟକ, ନିବନ୍ଧ, ଆଲୋଚନା, କାବ୍ୟ କବିତା ପ୍ରମୁଖରେ କଲମ ଚାଳନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିପାରିଥିବା ଅତ୍ୟନ୍ତ ଲୋକପ୍ରିୟ ବରିଷ୍ଠ ସାହିତ୍ୟିକ ହେଲେ ଶ୍ରୀ ପ୍ରମୋଦ କୁମାର ଜେନା । ବିଶେଷ ଭାବରେ ଏକ ସଫଳ ନାଟ୍ୟକାର ଭାବରେ ଶ୍ରୀଯୁକ୍ତ ଜେନା ବେଶ୍ ଲୋକପ୍ରିୟ । ତାଙ୍କର ଅନେକ ନାଟକ, କବିତା, ଗଳ୍ପ ତଥା ଉପନ୍ୟାସ ଓଡ଼ିଶାର ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ତଥା ସୌରଭ, ସତ୍ୟବାଦୀ ଓ ଝଙ୍କାର ଭଳି ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇସାରିଛି । ଏଥି ସହିତ ଶ୍ରୀଯୁକ୍ତ ଜେନା ମହୋଦୟଙ୍କର ବହୁ ନାଟକ ମଞ୍ଚସ୍ଥ ହୋଇ ତଥା ଆକାଶବାଣୀ କଟକ ଦ୍ୱାରା ପ୍ରସାରିତ ହୋଇ ପ୍ରଚୁର ଲୋକପ୍ରିୟତା ସାଉଁଟି ପାରିଛି । ସାମଗ୍ରିକ ଭାବରେ ଶ୍ରୀ ପ୍ରମୋଦ କୁମାର ଜେନାଙ୍କର କୋଡ଼ିଏରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ ପାଇଅଛି ଏବଂ ଅଗଣିତ ପାଣ୍ଡୁଲିପି ତାଙ୍କ ପାଖରେ ଗଚ୍ଛିତ ଅଛି । ସୁଲେଖକ ଶ୍ରୀ ଜେନା ତାଙ୍କର ସାହିତ୍ୟ କୃତୀ  ନିମନ୍ତେ ଉତ୍କଳ ସାହିତ୍ୟ ସମାଜ, ରାଜଧାନୀ ପୁସ୍ତକ ମେଳା, କଳିଙ୍ଗ ପୁସ୍ତକମେଳା ତଥା ବ୍ରହ୍ମପୁର ସାହିତ୍ୟ ପରିଷଦ ଓ ଷ୍ଟୋରୀମିରର ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାରେ ଅନେକ ଥର ପୁରସ୍କୃତ ହୋଇ ନିଜର ରଚନାର ସ୍ଥିତି ଜାହିର କରିଛନ୍ତି । ତେବେ ଚାଲନ୍ତୁ ସୁଲେଖକ ଶ୍ରୀ ଜେନାଙ୍କ ସଦ୍ୟ ପ୍ରକାଶ ପାଇବାକୁ ଯାଉଥିବା ଏକ କବିତା ସଙ୍କଳନ ବିଷୟରେ ଆଲୋଚନା କରିବା । ହଁ... ଏହା ନିଶ୍ଚିତ ଯେ ବରିଷ୍ଠ ସାରସ୍ୱତ ସାଧକ ପ୍ରମୋଦ କୁମାର ଜେନା ମହୋଦୟ ଏତେ ଉଚ୍ଚକୋଟୀର ସୃଜନକାର ଯେ ତାଙ୍କର ଲେଖାକୁ ବା କୌଣସି ପୁସ୍ତକ ଉପରେ ଆଲୋଚନା, ସମୀକ୍ଷା ବା ମୁଖବନ୍ଧ ଲେଖିବା ମୋ ପାଇଁ ଏକ କଷ୍ଟକର ବ୍ୟାପାର ବା ମୁଁ ଏମିତି କହିବି ତାଙ୍କର ସାହିତ୍ୟକୁ ମୁଁ ଆଲୋଚନା କରିବା ସକାଶେ ମୋର ନିଜସ୍ୱ ଦକ୍ଷତା ଅଛି କି ? ଏହି ପ୍ରଶ୍ନ ମୁଁ ନିଜକୁ ବାରମ୍ବାର ପଚାରେ ।

 

ସମାଜର ପ୍ରମୁଖ ଘଟଣାକ୍ରମକୁ ଆପଣମାନେ ଜାଣନ୍ତି । ଆଧୁନିକତା ନାମରେ ଆମେ କିଭଳି ଜୀବନ ଅତିବାହିତ କରୁଛେ ସେ କଥା କାହାକୁ କଣ ଅଛପା ଅଛି ?  ଗାଆଁ କଣ ଆଉ ଗାଆଁ ହୋଇ ଅଛି ?  ଆମ ସଂସ୍କୃତି, ଆମ ପରମ୍ପରା ଏବେ ସେହି ଅତୀତର ଗୌରବକୁ ବଜାୟ ରଖିପାରିଛି କି ?  ଆମ ସହ ଆମ ସମାଜ, ଆମ ନିଜ ଲୋକ, ଆମ ଭାଇବନ୍ଧୁ ଏମାନେ ସମସ୍ତେ ଅଛନ୍ତି କି ? ଏମିତି ଅନେକ ପ୍ରଶ୍ନ ଜଣେ ସୃଜନଶୀଳ ଲେଖକକୁ ସଦାସର୍ବଦା ବ୍ୟତିବ୍ୟସ୍ତ କରିଥାଏ । ଏହି ସବୁ ସମସ୍ୟାକୁ ଲେଖକଟିଏ ନିଜ ଲେଖା ମାଧ୍ୟମରେ ଲେଖିବାକୁ ଚେଷ୍ଟା କରନ୍ତି । ସେ ଲେଖା ଗଳ୍ପ ହେଉ, କବିତା ହେଉ, କାହାଣୀ ହେଉ, ନାଟକ ହେଉ, ପ୍ରବନ୍ଧ ହେଉ କି ଆଲୋଚନା ହେଉ ଅବା ବ୍ୟଙ୍ଗ ହେଉ, ଲେଖକଟିଏ ଚେଷ୍ଟା କରେ ନିଜ ଲେଖନୀ ମାଧ୍ୟମରେ ସମାଜକୁ ବାର୍ତ୍ତା ପ୍ରଦାନ ପୂର୍ବକ ସମାଜରେ ସଂସ୍କାର ଆଣିବ, ଏକ ସୁନ୍ଦର ସମାଜ ନିର୍ମାଣ କରିବ ଓ ଏକ ସୁସ୍ଥ ସମାଜର ବାର୍ତ୍ତାବାହକ ହେବ । ସେହି ଭଳି ଅନେକ କବିତାକୁ ଏକ ନେଇ ଏକ ସୁନ୍ଦର ମନୋଜ୍ଞ କବିତା ସଂକଳନ “ଟିକେ ପିତା” ବରିଷ୍ଠ ସାହିତ୍ୟିକ ଶ୍ରୀ ପ୍ରମୋଦ କୁମାର ଜେନାଙ୍କ ଦ୍ୱାରା ଲେଖାଯାଇଛି ।      

 

 

Quantity

Loading…
bottom of page