Shut Down (ସଟ୍ ଡାଉନ୍)
₹150.00
₹120.00
ଜୀବନ ମଣିଷକୁ ବହୁତ କିଛି ଶିଖେଇଦିଏ l ଆଉ କୋରୋନା ମହାମାରୀ ପୁରା ମଣିଷ ସମାଜ ପାଇଁ ଏକ ଦୃଷ୍ଟାନ୍ତ l ତଥାପି ବି ଦୁଃଖର କଥା ଯେ ମଣିଷ କିଛି ଶିଖୁନି l ମିଛରେ କଣ କୁହାହେଇଛି କି “ମଣିଷ ପ୍ରକୃତି ମଲେ ତୁଟେ l” ତେବେ ମଣିଷକୁ ସୁଧାରିବା ପାଇଁ କିମ୍ବା ମଣିଷ ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ମୁଁ କେବେ ଚେଷ୍ଟା କରିନି କି ଏବେ ମଧ୍ୟ କରିନାହିଁ l ମୁଁ ଯଦି ନିଜକୁ ପରିବର୍ତ୍ତନ କରିପାରୁନାହିଁ, ମୁଁ କେମିତି ଆଶା କରିବି ଯେ ଆଉ ଜଣେ ମୋ ଅନୁଯାୟୀ ପରିବର୍ତ୍ତନ ହେଇଯାଉ ବୋଲି ? ତେବେ କୋରୋନା ମହାମାରୀ ମୋ ଭିତରେ କିଛି ତ ପରିବର୍ତ୍ତନ ଆଣିଛି ନିଶ୍ଚୟ l ଅନେକ ବେଦନା ଭରି ଦେଇଛି ମନ ଭିତରେ l ମନେ ପଡ଼ୁଛନ୍ତି ମହାପାତ୍ର ମାଉସୀ, ମାନସ୍ କୁମାର ଜେନା ସାର୍, ମୋ ସାଙ୍ଗ ସବିତାର ବଡ଼ ଭାଇ, ମୈତ୍ର ମଉସା ଦିବଙ୍ଗତ ଗୋଲକ ବିହାରୀ ପାତ୍ର, ମୋର ସହକର୍ମୀ ସଞ୍ଜୟ କୁମାର ରାଉତ, ମୋର ସାନ ଭଉଣୀ ସମ ମିନତୀ ପଟ୍ଟନାୟକ ଓ ପ୍ରଣିତା ରଥ ଆଉ ବିବେକାନନ୍ଦ ପାଣିଗ୍ରାହୀ ମଉସା (ମୋ ଭାଉଜର ବାବା) l କରୋନା ସମୟରେ ହିଁ ହୁଏତ କୋରୋନାଜନିତ ହେଉ କିମ୍ବା ସେ ସମୟରେ ଚିକିତ୍ସାର ଅବହେଳାଜନିତ କାରଣ ଯୋଗୁ ମୃତ୍ୟୁବରଣ କରିଥିବା ସେହି ଆତ୍ମୀୟ ତଥା ପରିଚିତ ବ୍ୟକ୍ତିମାନେ l ଅବ୍ୟକ୍ତ ଏହି
ଦୁଃଖ l କହି ହୁଏନା କି ସହି ବି ହୁଏନା l କେବଳ ଭଗବାନଙ୍କୁ ପ୍ରାର୍ଥନା କରେ ଏହି ଦୁଃସମୟରୁ ପାର କରିବା ପାଇଁ ସମସ୍ତଙ୍କୁ l ଏହି କୋରୋନା ସମୟରେ ଅନେକ ଦିନ ଘରେ ରହି କାମ କରିବାକୁ ପଡ଼ିଥିଲା । ଯିବା ଆସିବା ଉପରେ କଟକଣା । ଏପରିକି ପଡ଼ିଶା ଘରକୁ ବି ଯିବାରେ ମଧ୍ୟ ଥିଲା ଅନେକ କଟକଣା । ପୁଣି ପ୍ରତି ଦିନ କିଛି ନା କିଛି ଖରାପ ଖବର ମନକୁ ଅବସାଦଗ୍ରସ୍ତ କରି ଦେଉଥିଲା । ଗୋଟିଏ ଅନିଶ୍ଚିତ ଭବିଷ୍ୟତକୁ ନେଇ ଚାଲିଥିଲା ଜୀବନ । ତେଣୁ ମୁଁ କିଛି ପଢ଼ାପଢ଼ି କରି କିମ୍ବା ଲେଖାଲେଖି କରି ମନକୁ ବଦଳେଇବାକୁ ଚେଷ୍ଟା କରୁଥିଲି । ସେହି ସମୟରେ କିଛି କରୋନା ବିଷୟକ ତଥା କିଛି ଅନ୍ୟ ବିଷୟକ ଘଟଣାବଳିକୁ ନେଇ ମୋର ଏହି ଗଳ୍ପ ସଙ୍କଳନ ସଟ୍ ଡାଉନ୍ l
(ରଶ୍ମି ରେଖା ତ୍ରିପାଠୀ)
Life teaches us many things. And the COVID-19 pandemic became a lesson for all of humanity. Yet, the sad truth remains that humanity learned very little. Perhaps it's not untrue when people say, “Human nature bends but does not break.” I have never tried to change society or deliver any profound message to it—nor do I now. If I cannot change myself, how can I hope that someone else will follow me and transform? Yet, the pandemic has definitely brought about some change within me. It has left behind deep pain. I remember Mahapatra Mausi, Manas Kumar Jena Sir, Savita’s elder brother, Maitra Mausa, the late Golak Bihari Patra, my colleague Sanjay Kumar Raut, my dear younger sister-like Minati Pattnayak and Pranita Rath, and Vivekananda Panigrahi Mausa (my sister-in-law’s father). All of them passed away during the pandemic—perhaps due to COVID-19 or perhaps due to neglect in medical treatment during that time. This grief is inexpressible. Neither can it be spoken nor fully endured. All I could do was pray to God to guide us through this time of darkness. During the pandemic, I worked from home for many days there were restrictions on movement—even visiting my maternal home was difficult. Each day seemed to bring sad news, and the mind was engulfed in despair. Life was moving forward under the shadow of an uncertain future. So, I tried to ease my mind through reading and writing. It was during this period that I created this story collection "Shutdown", inspired partly by the experiences of the pandemic and partly by other real-life events.
— Rasmi Rekha Tripathy
Quantity




