top of page

Saunta Fula (ସାଉଁଟା ଫୁଲ)

SKU 10
Original price

₹120.00

Sale price

₹80.00

 ସାଉଁଟା ଫୁଲ : ନିଜ କଥା

ମନ ଉପବନେ କେତେ ଫୁଲ ଫୁଟେ

କେତେ ରଙ୍ଗ ବେରଙ୍ଗର

ଚଲାପଥେ ମୋର ସଜାଇ ମୁଁ ତାକୁ

ହୁଅଇ ଆତ୍ମବିଭୋର ।

 

କେଉଁ ଫୁଲ ଆଣେ ଭକ୍ତିର ଭାବନା

କିଏ ଭିଜାଏ ସ୍ୱପ୍ନରେ

ପ୍ରକୃତି ରାଣୀର ଅପରୂପ ଶୋଭା

କିଏ ଭରେ ମୋ ମନରେ ।

 

ମନେ ନାହିଁ ମୋର କେଉଁ ବସନ୍ତରେ

କେଉଁ ଫୁଲ ଫୁଟିଥିଲା

ଅବା କେଉଁ ଫୁଲ ଫୁଟିବା ପୂର୍ବରୁ

ଆପେ ଆପେ ଝଡିଗଲା ।

 

ସ୍ମୃତିର ସାଗରୁ ସାଉଁଟି ସାଉଁଟି

ପାଇଲି ଯେତୋଟି ଫୁଲ

ସେ ସାଉଁଟା ଫୁଲ ଗୋଟି ଗୋଟି ଗୁନ୍ଥି

ଭରିଛି ଗୀତର ଥାଳ ।

 

ଭେଟି ଦେବି ତାକୁ ମୋ ପ୍ରିୟଜନଙ୍କୁ

ପାଇବାକୁ ଟିକେ ଶ୍ରଦ୍ଧା

ପୂର୍ଣ୍ଣ ହେବ ମୋର ଗୀତ ଲେଖିବାର

ଯେଉଁ ସ୍ୱପ୍ନ ଥିଲା ଅଧା ।

ପ୍ରସନ୍ନ କୁମାର ଜେନା

 

Saunta Fula – Prasanna Kumar Jena

So many flowers bloom In the garden of my mind— In many shades and hues, I adorn my path with them And am lost in bliss.

Some flowers stir feelings of devotion, Some drench me in dreams. The rare beauty of Nature’s queen— Some fill my heart with her presence.

I don’t remember which spring Brought which flower into bloom, Or which one Fell silently before it could even blossom.

From the ocean of memory, I gathered a handful of flowers— Those few plucked blooms I’ve woven, one by one, Into a garland of song.

I will offer it to my beloved, As a token of my reverence— And perhaps then My dream of writing songs Will feel complete. 

Quantity

Loading…
bottom of page