Matrimony Dot Com (ମାଟ୍ରିମୋନି ଡଟ୍ କମ୍)
₹150.00
₹75.00
ମାଟ୍ରିମୋନି ଡଟ୍ କମ୍ ବିଷୟରେ ପଦେ ଅଧେ
ଏହି କାହାଣୀ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ମାଡ୍ରାସ୍ ଚେନ୍ନାଇ ହୋଇନଥିଲା କି ବମ୍ବେ ମୁମ୍ବାଇ ହୋଇନଥିଲା । ବାହାଘର ପାଇଁ ମଧ୍ୟସ୍ଥି ଉପରେ ହିଁ ନିର୍ଭର କରିବାକୁ ପଡ଼ୁଥିଲା । ମୋବାଇଲ୍ ଓ କମ୍ପ୍ୟୁଟରର ପ୍ରଭାବ ତଥା ମାଟ୍ରିମୋନି ସାଇଟ୍ ସବୁ ଆସ୍ତେ ଆସ୍ତେ ମୁଣ୍ଡ ଟେକି ଉଠୁଥିଲା । ଏବର ଟଚ୍ ସ୍କ୍ରିନ୍ ମୋବାଇଲ୍ ତ ଦୂରର କଥା ପ୍ରତି ଘରେ ଲ୍ୟାଣ୍ଡ୍ ଲାଇନ୍ ଫୋନ୍ କନେକ୍ସନ୍ ବି ନଥିଲା । ବାହାଘର ବ୍ରତଘର ଭଳି ଶୁଭ କାର୍ଯ୍ୟ ସବୁ କଲ୍ୟାଣ ମଣ୍ଡପ କିମ୍ବା ହୋଟେଲରେ ହେଉନଥିଲା । ଘର ଆଗରେ ବେଦୀ ପଡ଼ୁଥିଲା, ବେଦୀ ପୂଜା ହେଉଥିଲା । ସେହି ବେଦୀରେ ଶୁଭ କାମ ସବୁ ହେଉଥିଲା । ପୁଣି ସାତ ଦିନ ପର୍ଯ୍ୟନ୍ତ ବେଦୀ ଉପରେ ମଙ୍ଗୁଳା କାମ ବି ହେଉଥିଲା । ବନ୍ଧୁବାନ୍ଧବ ସବୁ ଖାଇବା ସମୟକୁ ଆସି ଖାଇଦେଇ ଚାଲିଯାଉନଥିଲେ । ଭୋଜି କାର୍ଯ୍ୟର ତିନି ଦିନ ଆଗରୁ ବନ୍ଧୁବାନ୍ଧବ ଆସୁଥିଲେ ଯେ କେବେ ଯିବେ ତାହା ତାଙ୍କ ଉପରେ ନିର୍ଭର କରୁଥିଲା । ବନ୍ଧୁବାନ୍ଧବ ଘରର ଭଗବାନ ଥିଲେ । ଆଜିକାଲିକା ଠିଆ ହୋଇ ମାଗି ଖାଇବା ପ୍ରଥା ନଥିଲା । ରୀତିମତ ଖଲି ପଡ଼ୁଥିଲା । ଖଲି ଉପରେ ପାଣି ଛିଞ୍ଚା ହେଉଥିଲା । ପ୍ରଥମେ ଲୁଣ ଲେମ୍ବୁ ଓ ଲଙ୍କା ଦିଆ ଯାଉଥିଲା । ବନ୍ଧୁବାନ୍ଧବ ସବୁ ତଳେ ବସି ଖାଉଥିଲେ ଓ ସେମାନଙ୍କ ଚାହିଦା ଅନୁଯାୟୀ ବଢ଼ାଳି ଆସି ବାଢ଼ି ଯାଉଥିଲେ ।
ରଶ୍ମି ରେଖା ତ୍ରିପାଠୀ
Quantity



Reviews
It is a good novel.love it go for it