top of page

Lock Down (ଲକ୍ ଡାଉନ୍)

Original price

₹150.00

Sale price

₹75.00

ପଦେ ଅଧେ

       ଜୀବନ ମଣିଷକୁ ବହୁତ କିଛି ଶିଖେଇଦିଏ l  ଆଉ କୋରୋନା ମହାମାରୀ ପୁରା ମଣିଷ ସମାଜ ପାଇଁ ଏକ ଦୃଷ୍ଟାନ୍ତ l ତଥାପି ବି ଦୁଃଖର କଥା ଯେ ମଣିଷ କିଛି ଶିଖୁନି l ମିଛରେ କଣ କୁହାହେଇଛି କି “ମଣିଷ ପ୍ରକୃତି ମଲେ ତୁଟେ l” ତେବେ ମଣିଷକୁ ସୁଧାରିବା ପାଇଁ କିମ୍ବା ମଣିଷ ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ମୁଁ କେବେ ଚେଷ୍ଟା କରିନି କି ଏବେ ମଧ୍ୟ କରିନାହିଁ l ମୁଁ ଯଦି ନିଜକୁ ପରିବର୍ତ୍ତନ କରିପାରୁନାହିଁ, ମୁଁ କେମିତି ଆଶା କରିବି ଯେ ଆଉ ଜଣେ ମୋ ଅନୁଯାୟୀ ପରିବର୍ତ୍ତନ ହେଇଯାଉ ବୋଲି ? ତେବେ କୋରୋନା ମହାମାରୀ ମୋ ଭିତରେ କିଛି ତ ପରିବର୍ତ୍ତନ ଆଣିଛି ନିଶ୍ଚୟ l ଅନେକ ବେଦନା ଭରି ଦେଇଛି ମନ ଭିତରେ l ମନେ ପଡ଼ୁଛନ୍ତି ମହାପାତ୍ର ମାଉସୀ, ମାନସ୍ କୁମାର ଜେନା ସାର୍, ମୋ ସାଙ୍ଗ ସବିତାର ବଡ଼ ଭାଇ, ମୈତ୍ର ମଉସା ଦିବଙ୍ଗତ ଗୋଲକ ବିହାରୀ ପାତ୍ର, ମୋର ସହକର୍ମୀ ସଞ୍ଜୟ କୁମାର ରାଉତ, ମୋର ସାନ ଭଉଣୀ ସମ ମିନତୀ ପଟ୍ଟନାୟକ ଓ ପ୍ରଣିତା ରଥ ଆଉ ବିବେକାନନ୍ଦ ପାଣିଗ୍ରାହୀ ମଉସା (ମୋ ଭାଉଜର ବାବା) l କରୋନା ସମୟରେ ହିଁ ହୁଏତ କୋରୋନାଜନିତ ହେଉ କିମ୍ବା ସେ ସମୟରେ ଚିକିତ୍ସାର ଅବହେଳାଜନିତ କାରଣ ଯୋଗୁ ମୃତ୍ୟୁବରଣ କରିଥିବା ସେହି ଆତ୍ମୀୟ ତଥା ପରିଚିତ ବ୍ୟକ୍ତିମାନେ l ଅବ୍ୟକ୍ତ ଏହି ଦୁଃଖ l କହି ହୁଏନା କି ସହି  ବି ହୁଏନା l କେବଳ ଭଗବାନଙ୍କୁ ପ୍ରାର୍ଥନା କରେ ଏହି ଦୁଃସମୟରୁ ପାର କରିବା ପାଇଁ ସମସ୍ତଙ୍କୁ l ଏହି କୋରୋନା ସମୟର କିଛି ଘଟଣାବଳିକୁ ନେଇ ଗଳ୍ପ ସଙ୍କଳନ ଲକ୍ ଡାଉନ୍ l

ରଶ୍ମି ରେଖା ତ୍ରିପାଠୀ

 

 

Life teaches a person many things. And the Corona pandemic has been a lesson for the entire human society. Yet, the unfortunate truth is that people have learned very little. Is it not falsely said, “A person only breaks when their true nature does”? Then again, I have never tried to reform others or convey any message to society, nor am I trying now. If I cannot change myself, how can I expect someone else to change just by following me?

Still, the pandemic has definitely brought some changes within me. It has filled my heart with immense sorrow. I remember Mahapatra Mausi, Manas Kumar Jena Sir, my friend Savita’s elder brother, Maitra Mausa, the late Golak Bihari Patra, my colleague Sanjay Kumar Raut, my younger sister-like Minati Pattnayak and Pranita Rath, and Vivekananda Panigrahi Mausa (my sister-in-law’s father). All these dear and familiar individuals passed away during the Corona period—perhaps due to COVID itself or due to the lack of proper medical care during that time.

This grief is unspeakable. It cannot be expressed, nor can it be endured. I only pray to God for strength—for everyone—to get through this difficult time. The collection of stories Lockdown is based on some of the events from this Corona period.

Rasmi Rekha Tripathy

Quantity

bottom of page