Jharana (ଝରଣା)
₹150.00
₹75.00
ଝରଣା ବିଷୟରେ ପଦେ...
ଝରଣା... କଣ୍ଟକିତ ତା’ର ପଥ l ତଥାପି ସେ ଆକୃଷ୍ଟ କରେ ଜନମାନସକୁ l ଶୀତଳେଇ ଦିଏ ମନ, ପ୍ରାଣ, ଆତ୍ମା l ନା କିଛି ଅଭିଯୋଗ, ନା କିଛି ଅବଶୋଶ l ମନ ଭିତରେ ଚାପିଦିଏ ଅନେକ ଯନ୍ତ୍ରଣାକୁ l ଆଗେଇ ଚାଲେ ସେଇ କଣ୍ଟକିତ ପଥରେ ତା’ର ଲକ୍ଷ୍ୟ ଦିଗରେ l
ଠିକ୍ ଝରଣା ପରି ଏହି ଉପନ୍ୟାସର ନାୟିକା ଝରଣା l ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସି ଅନେକ ଘାତ ପ୍ରତିଘାତ ଦେଇ ପହଞ୍ଚିଛି ତା’ର ଲକ୍ଷ୍ୟ ସ୍ଥଳରେ l ସଫଳତା ହାସଲ କରିଛି ଅନେକ ବିଫଳତାକୁ ସାମ୍ନା କରି l କିନ୍ତୁ ନିଜର ଦୃଢ଼ ମନୋବଳ ଓ ନିଜ ଇପ୍ସିତ ପୁରୁଷ ଜନ୍ମେଞ୍ଜୟଙ୍କର ଭଲପାଇବା ତା’କୁ ହାରିବାକୁ ଦେଇନି କେବେ ବି l ସତରେ ସେ କ’ଣ ଏକଲା l ନା... ଝରଣା କେବେ ଏକଲା ହୋଇପାରେନା l ତା’ ପାଖରେ ତା’ର ଭଲପାଇବା, ଯାହାକୁ ପାଥେୟ କରି ସେ ଆଗେଇଚାଲିଛି ଜୀବନ ଯାତ୍ରାର ସଫଳତା ପଥରେ l
ଜନ୍ମେଞ୍ଜୟ l ହୁଏ ତ ସବୁ ଝିଅ କାମନା କରନ୍ତି, ଜନ୍ମେଞ୍ଜୟ ଭଳି ସାଥୀଟିଏ l କେତେ ନୀରବ ଅଥଚ କେତେ ଦୃଢ଼ ତାଙ୍କର ପ୍ରେମ l ଭଲ ପାଇଛନ୍ତି ଝରଣାକୁ l ନିଜର ଅସଫଳ ସ୍ୱପ୍ନକୁ ତା’ ମାଧ୍ୟମରେ ସଫଳ କରେଇଛନ୍ତି l ମାଆଙ୍କୁ ଭଲ ପାଉଛନ୍ତି l ମାଆଙ୍କର ଅସହାୟତାକୁ ବୁଝି ନିଜର ଭଲପାଇବାକୁ ନିଜ ଭିତରେ ଚାପି ଦେଇଛନ୍ତି l କିନ୍ତୁ ମାଆଙ୍କ ଭଳି ଜିଦିଆ ଜନ୍ମେଞ୍ଜୟ ଅପେକ୍ଷା କରିଛନ୍ତି ମାଆଙ୍କ ମନରେ ପରିବର୍ତ୍ତନକୁ l ଶେଷରେ ମିଳନ ହୋଇଛି ଦୁଇ ପ୍ରେମୀ ଆତ୍ମାର l ଜୟ ହୋଇଛି ପ୍ରେମର l ଅନେକ କଣ୍ଟକିତ ପଥ ଗତି କରି କରି ଝରଣା ଶେଷରେ ପାଇଛି ତା’ର ପ୍ରେମକୁ l
ବହୁତ ସୁନ୍ଦର, ସରଳ ଅଥଚ ବଳିଷ୍ଠ ଭାଷାରେ ସମସ୍ତଙ୍କ ବୋଧଗମ୍ୟ ହେବା ଭଳି ଲେଖା ଯାଇଛି ଉପନ୍ୟାସଟି l ଉପନ୍ୟାସ ବିଷୟରେ କିଛି ଲେଖିବାର ଲୋଭ ସମ୍ବରଣ କରି ନ ପାରି ମୁଁ ଔପନ୍ୟାସିକଙ୍କ ଠାରୁ ଜବରଦସ୍ତ ଅନୁମତି ମାଗିଥିଲି l କାରଣ ଏତେ ସୁନ୍ଦର ଉପନ୍ୟାସର ମୁଁ ବି ଗୋଟିଏ ଅଂଶ ହେବାକୁ ଚାହୁଁଥିଲି l ତେଣୁ ଏଭଳି ଧୃଷ୍ଟତା କରି ବସିଛି l ସେଥିପାଇଁ ମୁଁ ସମସ୍ତଙ୍କ ନିକଟରୁ କ୍ଷମା ମାଗିନେଉଛି l
ତେବେ ସମସ୍ତଙ୍କ ମନକୁ ଛୁଇଁଯିବା ଭଳି ସୁନ୍ଦର ଉପନ୍ୟାସଟିଏ l
ରଶ୍ମି ରେଖା ତ୍ରିପାଠୀ
Jharanā... Her path is full of thorns. Yet, she draws the hearts of people.
She soothes the mind, the soul, the spirit. No complaints, no regrets.
She suppresses many pains within her heart. Still, she moves forward on that thorny path toward her goal. Just like a waterfall, the protagonist of this novel is Jharanā. Coming from a lower-middle-class family, she has reached her goal through many blows and obstacles. She has achieved success after facing numerous failures. But her strong willpower and the love of her beloved Janmejaya never let her give up. Was she truly alone?
No... a waterfall can never be alone. Beside her was her love, her guiding companion on the journey of life’s success.
Janmejaya—the kind of partner every girl wishes for. Quiet, yet steadfast in his love. He loved Jharanā deeply. Through her, he fulfilled the dreams he could not realize himself. He loved his mother too. Understanding her helplessness, he hid his own love deep within himself. Yet, just like his mother, Janmejaya was determined. He waited for a change in his mother’s heart. In the end, the two loving souls were united. Love triumphed. After crossing many thorny paths, Jharanā finally found her love.
The novel is written in a very simple yet strong language that can be understood by everyone.
I couldn’t hold back my desire to write a few words about this novel, so I asked the author for special permission. Because I wanted to be a part of such a beautiful novel in some way.
Hence, I have taken the liberty to do so. For that, I ask forgiveness from all. This is a beautiful novel that will surely touch everyone’s heart.
Rasmi Rekha Tripathy
Quantity


