Ferara Faguna (ଫେରାର ଫଗୁଣ)
₹100.00
₹50.00
୨୦୨୨ ବିରଞ୍ଚି ନାରାୟଣ - ମଣି ଦେବୀ ସ୍ମୃତି ସମ୍ମାନ ପ୍ରାପ୍ତ କବିତା ସଙ୍କଳନ
କବିଙ୍କ କଲମରୁ...
ମନର କଥା ହିଁ କବିତା... ଅନୁଭବର କଥା ହିଁ କବିତା । ଏମିତି ଅନେକ କବିତା ମନ ଭିତରେ ସୃଷ୍ଟି ହୋଇ ମନ ଭିତରେ ହିଁ କବର ନିଏ । ବେଳେ ବେଳେ କିଛି କବିତା ଅଜାଣତେ ଆଙ୍କି ହୋଇ ଯାଏ ସାଧା କାଗଜରେ ଆଉ ଆଙ୍କିଥିବା ମଣିଷଟି ପାଲଟିଯାଏ ଜଣେ କବି । କୋଳାହଳ ଭିତରେ କବିର ଜୀବନ ଅଙ୍କା ବଙ୍କା ନଈଟିଏ ପରି ସମୟ ସ୍ରୋତରେ ବହି ଚାଲେ । କବିଟିଏ ଯନ୍ତ୍ରଣା ଭିତରେ ଆନନ୍ଦ ପାଏ, ତିକ୍ତତା ଭିତରେ ଆନ୍ତରିକତା ଖୋଜେ ଆଉ ସଂଘର୍ଷ ଭିତରେ ବିଜୟର ରାସ୍ତା ତିଆରି କରେ । ଜୀବନ ଓ ସମୟର ପରିଧି ଭିତରେ ସ୍ଵପ୍ନ ଓ ବାସ୍ତବତାକୁ ନେଇ କବି ତା’ର ସୃଜନଶୀଳତାର ପରିପ୍ରକାଶ କରେ । ତେଣୁ ପ୍ରତ୍ୟେକଟି ମଣିଷ କବି ଆଉ ସେହି ମଣିଷମାନଙ୍କ ଭିତରେ ମୁଁ ଜଣେ । ଜୀବନ, ସମୟ, ସ୍ଵପ୍ନ ଓ ବାସ୍ତବତା କବିର ପ୍ରେରଣା । ଜୀବନ କେବେ ମଧୁ ଭରା ତ’ କେବେ ରଙ୍ଗ ହୀନ ଆଉ କେବେ ପୁଣି ବସନ୍ତର ମଳୟ ପବନ । ପ୍ରେମ, ପ୍ରତାରଣା ଓ ଛଳନାର ବାଲିଘର ତ ପୁଣି କେବେ ସଫଳତା ଅସଫଳତାର ନିଚ୍ଛକ କାହାଣୀଟିଏ । ଜୀବନର ମୂକ ସାକ୍ଷୀ ସମୟ । ଚିର ଗତିଶୀଳ । ବଦଳି ଚାଲେ ଜୀବନର ଘଟଣାବଳୀ । କିନ୍ତୁ ସମୟ ସ୍ଥିତପ୍ରଜ୍ଞ । ସ୍ଵପ୍ନ ବିନା ଜୀବନ ଅଧୁରା । ସ୍ଵପ୍ନ ହିଁ ବଞ୍ଚିବାର ଖୋରାକ । ସ୍ଵପ୍ନର ପରିପ୍ରକାଶ ବାସ୍ତବତା । ଜୀବନ, ସମୟ, ସ୍ଵପ୍ନ ଓ ବାସ୍ତବତାକୁ ନେଇ ମୋର ପ୍ରଥମ କବିତା ସଂକଳନ “ଫେରାର ଫଗୁଣ” । ଏହାର ପ୍ରକାଶନ ପାଇଁ ଲାବଣ୍ୟବତୀ ପ୍ରକାଶନିର ପ୍ରୋପ୍ରାଇଟର୍ ଶ୍ରୀମତୀ ରଞ୍ଜୁବାଳା ଜେନା, ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ଏବଂ ରଶ୍ମି ରେଖା ତ୍ରିପାଠୀଙ୍କୁ ମୋର କୃତଜ୍ଞତା । ଆଶା କରୁଛି ମୋର ପ୍ରଥମ କବିତା ସଂକଳନ ପାଠକ ପାଠିକାମାନଙ୍କ ମନକୁ ଛୁଇଁବା ପାଇଁ ସମର୍ଥ ହେବ । ମୂଲ୍ୟାଙ୍କନ ଆପଣମାନଙ୍କ ହାତରେ ।
ଜୟ ଜଗନ୍ନାଥ ।
ମଳୟ କୁମାର ମହାନ୍ତି
(Recipient of the 2022 Biranchi Narayan–Mani Devi Memorial Poetry Award)
From the poet’s pen...
A poem is nothing but the voice of the heart… a reflection of emotion. Many such poems take shape deep within the mind, only to be buried there, never shared. Sometimes, unknowingly, a poem gets scribbled on a plain sheet of paper, and the person who scribbled it transforms into a poet.
Amidst the noise of life, the poet’s journey flows like a winding river—meandering through the currents of time. A poet finds joy in pain, searches for warmth in bitterness, and paves paths to victory through struggle. Within the bounds of life and time, dreams and reality, the poet expresses their creativity.
In truth, every person holds a poet within—and I, too, am one among them. Life, time, dreams, and reality are my sources of inspiration. Life is sometimes sweet, sometimes colorless, and at times, like the gentle breeze of spring. It holds sandcastles built from love, betrayal, and deception, and also tales of success and failure. Time is the silent witness to it all—ever flowing, ever present. Life keeps changing, but time remains steady. Life without dreams is incomplete; dreams are what keep us alive. And the fulfillment of those dreams becomes our reality.
My first poetry collection “Phērāra Phaguṇa” explores these themes—life, time, dreams, and reality. I extend my heartfelt gratitude to Mrs. Ranjubala Jena, proprietor of Labanabatee Prakashani, Mr. Pramod Kumar Jena, and Rasmi Rekha Tripathy for bringing this collection to life.
I hope this first collection of mine touches the hearts of readers. The judgment lies in your hands.
Jai Jagannath.
— [Malaya Kuamar Mohanty]
Quantity


