English Master Series Book - 2
₹150.00
₹75.00
(୨୦୨୩ ମସିହା ଗାୟତ୍ରୀ ତ୍ରିପାଠୀ ସ୍ମୃତି ସମ୍ମାନ ପ୍ରାପ୍ତ ପାଠ୍ୟ ପୁସ୍ତକ)
(ପୁସ୍ତକର ଚତୁର୍ଥ ସଂସ୍କରଣରେ ସ୍ୱର୍ଗତ କିଶୋରୀ ଚରଣ ମହାନ୍ତିଙ୍କର ବାର୍ତ୍ତା)
ଆଜିକାଲି ଛାତ୍ରମାନଙ୍କର ଇଂଲିଶ୍ ଜ୍ଞାନ ଏକାନ୍ତ ଦୁର୍ବଳ ଏବଂ ଶ୍ରେଣୀର ପ୍ରଚଳିତ ଶିକ୍ଷା ପଦ୍ଧତିରେ ଉକ୍ତ ଦୁର୍ବଳତା ସାମୁହିକ ଭାବରେ ଦୂର କରିବା ଅସମ୍ଭବ ହେଉଅଛି । ଏଣୁ ଚତୁର୍ଥରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳିତ ଇଂଲିଶ୍ ପାଠ୍ୟପୁସ୍ତକ (Text Books)ମାନଙ୍କରେ ଥିବା ସମସ୍ତ ଶବ୍ଦକୁ ନେଇ, ଅନ୍ୟ କେତେକ ଅତ୍ୟାବଶ୍ୟକୀୟ ଶବ୍ଦ ସହିତ ମୋଟ ୧୫୩୨ ଶବ୍ଦକୁ ନେଇ ପ୍ରଥମେ Word Book ଆକାରରେ ସଜାଇ, ତତ୍ପରେ ସମସ୍ତ ଶବ୍ଦକୁ ପୁଣି ବନାନ (spelling) ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତିରେ ସଜାଇ ମୁଁ ‘Words and Spelling’ ପୁସ୍ତକ ପ୍ରଣୟନ କରିଥିଲି । ଏହାକୁ ପ୍ରୋଜେକ୍ଟ୍ ଆକାରରେ ବିଭିନ୍ନ ସ୍କୁଲରେ ପରୀକ୍ଷା କରି ଆଶାତୀତ ସଫଳତା ମିଳିବାରୁ ଉକ୍ତ ଟ୍ରାନସେଲସନ୍ ପୁସ୍ତକଟି ପ୍ରଣୟନ କରିବାର ଆବଶ୍ୟକତା ମୁଁ ଅନୁଭବ କଲି ।
ଉକ୍ତ ପୁସ୍ତକରେ ବାକ୍ୟଗୁଡିକୁ ‘କାଳ’ (Tense) କ୍ରମରେ ସଜା ଯାଇଅଛି । କିନ୍ତୁ Present, Past, Future – ଏହି କ୍ରମରେ ନ ସଜାଇ ମନେ ରଖିବାର ସୁବିଧା ଓ ଶିକ୍ଷା ଦେବାର ସୁବିଧା ପାଇଁ Indefinite, Continuous ବା Imperfect, Perfect ଓ Perfect continuous ବା Progressive କ୍ରମରେ ସଜା ଯାଇଅଛି । ସେହି ପରି କର୍ମ ବାଚ୍ୟ (passive voice)ର ବାକ୍ୟମାନଙ୍କୁ ମଧ୍ୟ ଉକ୍ତ କ୍ରମରେ ଶିକ୍ଷା ଦିଆଯାଇଅଛି । ଏହା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକୀୟ Form ମାନ ମଧ୍ୟ ଯଥାଯଥ ଭାବରେ ଉଭୟ ବାଚ୍ୟରେ ପ୍ରାଥମିକ ଅନୁବାଦ ଶିକ୍ଷା ଦେବା ପରେ ‘Miscellaneous Discussion’ ନାମରେ ଶିକ୍ଷା ଦିଆଯାଇଅଛି ।
ଉକ୍ତ ପୁସ୍ତକର ଶବ୍ଦଗୁଡିକ ‘Words and Spelling’ ପୁସ୍ତକକୁ ଭିତ୍ତି କରି ବ୍ୟବହୃତ ହୋଇଅଛି । କେବଳ ୧୧୨ଟି ଅତ୍ୟାବଶ୍ୟକୀୟ ନୂତନ ଶବ୍ଦ ବ୍ୟବହାର କରାଯାଇ ସେଗୁଡିକୁ ଯଥା ସ୍ଥାନରେ ଦେବା ବ୍ୟତୀତ ପୁସ୍ତକର ଆରମ୍ଭରେ ଦିଆଯାଇଅଛି । ଏଣୁ ଛାତ୍ରମାନେ ଷଷ୍ଠ ଶ୍ରେଣୀ ସୁଦ୍ଧା ‘Words and Spelling’ ପୁସ୍ତକର ଶବ୍ଦଗୁଡିକ ଶିକ୍ଷା କରିସାରିବା ପରେ ସପ୍ତମ ଶ୍ରେଣୀର ପ୍ରାରମ୍ଭରେ ଉକ୍ତ ୧୯୨ଟି ଶବ୍ଦ ଶିଖିଦେଲେ ଉକ୍ତ ପୁସ୍ତକରେ ଦିଆ ଯାଇଥିବା ବିଭିନ୍ନ Structure ବା Form ଶିଖିବା ପାଇଁ ଆଉ ନୂଆ ଶବ୍ଦ ଶିଖିବାର ବୋଝ ପଡିବ ନାହିଁ । ଏଣୁ ସପ୍ତମ ଶ୍ରେଣୀ ବା ଅଷ୍ଟମ ଶ୍ରେଣୀ ଶେଷ ସୁଦ୍ଧା ଉକ୍ତ ପୁସ୍ତକଟିରେ ଦିଆ ଯାଇଥିବା ସମସ୍ତ ପ୍ରକାର ଅନୁବାଦ ଶିକ୍ଷା କରିବାରେ କୌଣସି ଅସୁବିଧା ରହିବ ନାହିଁ .
ଏତଦ୍ ବ୍ୟତୀତ ଛାତ୍ରମାନଙ୍କର ଦୈନନ୍ଦିନ ଆବଶ୍ୟକତାର ପୂରଣ ପାଇଁ Leave of absence ଓ Leave for the remaining periods - ଏପରି ତିନୋଟି ଦରଖାସ୍ତର ନମୁନା ସର୍ବ ଶେଷରେ ଦିଆଯାଇଅଛି ।
ପୁସ୍ତକଟି ଛାତ୍ରମାନଙ୍କର ଉପକାରରେ ଯଥାଯଥ ଭାବରେ ନିୟୋଜିତ ହୋଇପାରିଲେ ଏହା ଅଳ୍ପ ସମୟ ମଧ୍ୟରେ ସେମାନଙ୍କର ଯେ ନିଶ୍ଚିତ ଉପକାର ସାଧନ କରିବ, ଏଥିରେ ସନ୍ଦେହ ନାହିଁ । ଇତି ।
କଟକ ବିନୟାବନତ
୧୯୮୯ ଲେଖକ
Quantity


