top of page

English Master Series Book 1

Original price

₹150.00

Sale price

₹75.00

ଇଙ୍ଗ୍ଲିସ୍ ମାଷ୍ଟର୍ ସିରିଜ୍ ବୁକ୍ – 1ର ପୁନଃପ୍ରକାଶନ ବିଷୟରେ ପଦେ

 

        ବାବା ସ୍ୱର୍ଗତ କିଶୋରୀ ଚରଣ ମହାନ୍ତି କେବଳ ଜଣେ ଶିକ୍ଷକ ନଥିଲେ, ସେ ଥିଲେ ଅଗାଧ ଜ୍ଞାନର ଅଧିକାରୀ । ଇଂରାଜୀ ସାହିତ୍ୟ ପ୍ରତି ତାଙ୍କର ଦୁର୍ବଳତା ଥିଲା ଓ ଓଡିଶାର ପୁରପଲ୍ଲୀରେ ଏହାକୁ ଆଦୃତ କରିବା ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ । ତେଣୁ ସେ ଏହି ବହିଟି ପ୍ରଥମେ ପରୀକ୍ଷାମୂଳକ ଭାବରେ ପ୍ରକାଶ କରିଥିଲେ । ଏବଂ ବହିଟି ସେତେବେଳେ ବେଶ୍ ଆଦୃତ ହୋଇଥିଲା । ଅନେକ ବର୍ଷ ପରେ ମୁଁ ଆମ ଘର ପାଖର ଗୋଟିଏ ଛୁଆକୁ ପଢେଇବା ବେଳେ ବହିଟିର ଆବଶ୍ୟକତା ଅନୁଭବ କଲି ଓ ମୋତେ ଲାଗିଲା ଏବେ ବି ଏ ବହି ପିଲାମାନଙ୍କୁ ଇଂରାଜୀ ଶିଖିବାରେ ବହୁତ ସାହାଯ୍ୟ କରିବ । ନିରଞ୍ଜନ କକାଙ୍କ ଝିଅ କୁନୁ (ଯିଏ ନିଜକୁ ମୋର ହନୁମାନ ବୋଲି କହେ) ସେ ଶୁଣିବା ମାତ୍ରେ ସହଯୋଗ କରିବ ବୋଲି କହିଲା । ଗୋଟିଏ ଭଲ କାମ କଲେ ଭଗବାନ୍ ସାହାଯ୍ୟ କରନ୍ତି ବୋଲି ଶୁଣିଥିଲି । କିନ୍ତୁ କିଛି ପାରିପାର୍ଶ୍ୱିକ ଘଟଣା ଯୋଗୁଁ ଭଗବାନଙ୍କ ଉପର ଭରସା ଉଠିଯାଇଛି ମୋର । ତେବେ ଏହି ପରିସ୍ଥିତିରେ ଲାବଣ୍ୟବତୀ ପ୍ରକାଶନିର ପ୍ରୋପ୍ରାଇଟର୍ ଶ୍ରୀମତୀ ରଞ୍ଜୁବାଳା ଜେନା ବି ଆଗ୍ରହ ଦେଖାଇଲେ ବହିଟିର ପୁନଃ ପ୍ରକାଶନ ନିମନ୍ତେ । ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ । ବହିଟି ପିଲାମାନଙ୍କ ଭିତରେ ଇଂରାଜୀ ଶିକ୍ଷା ପ୍ରତି ଆଗ୍ରହ ବଢେଇବ ବୋଲି ଆଶା କରୁଛି ।

ମଞ୍ଜୁଳିକା ମହାନ୍ତି

(ସ୍ୱର୍ଗତ କିଶୋରୀ ଚରଣ ମହାନ୍ତିଙ୍କର ଜ୍ୟେଷ୍ଠା କନ୍ୟା)

Quantity

bottom of page