Chha Na Tera (ଛଅ ନଅ ତେର)
₹150.00
₹120.00
ସ୍ମୃତି ଝରକାରୁ ଖିଏ
ପିଲା ଦିନ... କେତେ ସ୍ମୃତି... ଖଟ୍ଟା ମିଠା... ମାନ ଅଭିମାନ... ତା’କୁ କ’ଣ ସାଉଁଟି ହେବ ସୀମିତି ଶବ୍ଦ ଭିତରେ ? ଅଭାବ ଯଦିଓ ନ ଥିଲା, ତେବେ ଖର୍ଚ୍ଚ କରିବାର ସାହସ ବି ନଥିଲା l ମଧ୍ୟବିତ୍ତ ମାନସିକତା l ଅମୁଲ୍ ଡବାରୁ ଅମୁଲ୍ ଚୋରି କରି ଖାଇବା ସ୍ମୃତି, ଭାଇଭଉଣୀ ଭିତରେ କାରଣ ଅକାରଣରେ ଝଗଡ଼ା ଲାଗିବା ସ୍ମୃତି, ପୁଣି ମିଳାମିଶା ହୋଇଯିବା ସ୍ମୃତି... ଧାନ ଖଣି ଉପରୁ ତଳକୁ ଡେଇଁବି ନା ବଡ଼ ବନ୍ଧରେ ପହଁରିବି ? ଲୁଚି ଲୁଚି ଚିତ୍ରହାର୍ ଦେଖିବି ନା ପଢ଼ା ବହି ଭିତରେ ଗପ ବହି ଲୁଚେଇ ପଢ଼ିବି ? ପରୀକ୍ଷାଟା କାହିଁକି ସରିଯାଉନି ଶୀଘ୍ର ଯେ ? କେତେ ପରୀକ୍ଷା ସରିଗଲାଣି ୟା ଭିତରେ l ରୋଷେଇ ଘରେ ଅମୁଲ୍ ଡବା ଅଛି l କିନ୍ତୁ ଖାଇବାର ମାନସିକତା ଆଉ ନାହିଁ l ଝଗଡ଼ା ଆଜି ସାତ ସ୍ୱପ୍ନ l ପ୍ରତି ଦିନ ତ ଦୂରର କଥା, ବ୍ୟସ୍ତବହୁଳ ଜୀବନଯାତ୍ରା ଭିତରେ ଭାଇଭଉଣୀଙ୍କ ସହ ମାସରେ ଥରଟେ କଥା ହୋଇଗଲେ ଲାଗେ ଯେମିତି ସାର୍ଥକ ହୋଇଗଲା ଦିନଟା l ଟି.ଭି.ଟା କେତେ ଦିନ ଖୋଲା ହେଇନି କେଜାଣି ? ଯଦିଓ ଖୋଲା ହେଲେ ବି ଆଉ କେହି ଆକଟ କରିବେନି l ତେବେ ଏତେ ସବୁ ନିଃସ୍ୱତା ଭିତରେ ବି କିଛି ଖୁସି l ସେ ଦିନ ନନା ଆଣି ଅନେକ ବହି ମୋ ହାତରେ ଧରେଇ ଦେଉଥିଲେ ପ୍ରତି ମାସରେ l ବୋଉ କହୁଥିଲା, ଏଇଟା ପଢ୍, ସେଇଟା ପଢ୍... ଆଜି ନନା ବୋଉଙ୍କ ହାତରେ ମୋ ଗପଟିଏ କିମ୍ବା କବିତାଟିଏ ଦେଖିଲେ ମନରେ ଯେତିକି ଖୁସି ଆସେ, ସେତିକି ଭୟ ବି l ପୁରୁଣା ସ୍ମୃତି ସବୁ ତାଜା ହୋଇ ଆସେ l କିଛି ଭୁଲ ହୋଇ ଯାଇଥିବ କି ? ନନା ରାଗିବେ କି? ବୋଉ ଗାଳି ଦେବ କି? ଏତେ ସବୁ ଆଶଙ୍କିତ ଭୟର ପ୍ରତିଫଳନ ହିଁ ମୋର ଆଜିର ଅସ୍ତିତ୍ୱ l ଯଦିଓ ମନେ ମନେ ଆଶା କରେ ସେ ଦିନ ସବୁ ଫେରି ଆସନ୍ତାନି ? ତଥାପି ବି ବଞ୍ଚିବାକୁ ଚେଷ୍ଟା କରେ ବର୍ତ୍ତମାନ ସର୍ବସ୍ୱ ହୋଇ l ଜୀବନ ମୋତେ ବହୁତ ମଧୁର ସ୍ମୃତି ଦେଇଛି l ସେଥିପାଇଁ ଜୀବନ ପାଖରେ ମୋର କିଛି ବି ଅଭିଯୋଗ ନାହିଁ l ହଁ... ମୁଁ ହେଉଛି ମଧୁର ସ୍ମୃତି ଭରା ଅତୀତର ପାହାଚ ଡେଇଁ ବର୍ତ୍ତମାନର ଶିଳାଖଣ୍ଡ ଉପରେ ବସି ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ସ୍ୱପ୍ନ ସର୍ବସ୍ୱ ମଣିଷଟିଏ... ଆଉ ସେହି ସବୁ ସ୍ମୃତିମାନଙ୍କୁ ସାଉଁଟି ତାକୁ କିଛି କଳ୍ପନାର ରଙ୍ଗ ଦେଇ ସଜାଡ଼ିଛି ଏହି ଗଳ୍ପ ସଙ୍କଳନର ପନ୍ଦର ଗୋଟି ଗଳ୍ପ ।
(ରଶ୍ମି ରେଖା ତ୍ରିପାଠୀ)
Childhood days... so many memories—sweet and sour, filled with pride and resentment. Can such a vast ocean of emotions ever be confined within a limited number of words? There was no real lack, yet we never dared to spend freely. The mindset of the middle class family. The memory of stealing from the Amul tin to eat secretly, The memory of endless quarrels between siblings—over reasons big or small, and then the memory of making up afterward... Would I climb down from the haystack or bathe in the Bada Bandha ? Would I secretly watch Chitrahaar on TV or hide a storybook inside my textbook and read it? Why wouldn’t exams end quickly? And now, so many of them have already passed... There’s still an Amul tin in the kitchen, But the desire to taste from it is gone. Those sibling quarrels are like a forgotten dream now. Talking to a brother or sister even once a month in this busy life feels like a fulfilled day. Who knows how long it’s been since the TV was turned on? Even if it is, no one fights over it anymore. Yet, amidst this emptiness, there is still some happiness.
Back then, my father would place many books into my hands every month.
My aunt would say, “Read this one... now that one...” And today, when I see one of my own stories or poems in my parents’s hands, I feel as much joy as I feel fear. Old memories come rushing back, freshly alive. Did I get something wrong? Will father be upset? Will mom scold me? These reflections of anxious fear are what have shaped my identity today.
Even though my heart secretly wishes for those days to return,
I still try to live fully in the present. Life has given me many sweet memories. So I hold no complaints against life. Yes... I am someone who swings from the vine of a sweet past, Sitting on the rock of the present,
Dreaming of a beautiful future. And I’ve gathered those memory-filled vines, Adorned them with a touch of imagination, And shaped them into the fifteen stories of this collection.
Rasmi Rekha Tripathy
Quantity


