Bhala Pauthiba Khali(ଭଲ ପାଉଥିବା ଖାଲି)
₹100.00
₹50.00
(୨୦୨୧ ମସିହା ବିରଞ୍ଚି ନାରାୟଣ - ମଣି ଦେବୀ ସ୍ମୃତି ସମ୍ମାନ ପ୍ରାପ୍ତ କବିତା ସଙ୍କଳନ)
ମନ କଥା
କବିତା ଏକ ନୈସର୍ଗିକ ଧାରା ଯିଏ ଜୀବନକୁ ଛନ୍ଦମୟ କରେ । ଯାହାକୁ ବାଦ୍ ଦେଇ ଜୀବନ ଅଳସ ନିରସ । ମଣିଷର ପ୍ରଥମ ଉଚ୍ଚାରଣ କବିତା ଯାହା ଛଳଛଳ ଗତିଶୀଳ ଗୀତିମୟ । ଆଦ୍ୟଯୌବନରେ କବିତା ହିଁ'ତ ମନକୁ ମୋହମୟ କରେ ,ଯେଉଁଥିରେ ଲୁତପୁତ୍ ହେଉଥାଏ ଅନ୍ତରତଳର କଥା ଆବେଗ ଆକୁଳତା । ସମୟକ୍ରମେ ଯାହା କହିହୁଏନା ତାହା ଲେଖି ହୋଇଯାଏ କବିତାକୁ ଆଶ୍ରା କରି । ପ୍ରାରମ୍ଭରେ ମୋର ମଧ୍ୟ ଧ୍ୟାନ କେନ୍ଦ୍ରିତ ହୋଇଥିଲା କବିତାର ରସମାଧୁର୍ଯ୍ୟ ତାର ଶବ୍ଦ ବିଭବରେ । କେବଳ କବିତାକୁ ଭଲପାଇ ମୋର ଅସଜଡା ହାତରେ ସଜାଡି ବସିଲି ଶବ୍ଦକୁ । ମନ ସରୋବରରେ ଉକୁଟି ଉଠୁଥିବା ଭାବଭାବନାକୁ ଜଡେଇ ନେଲି କାଗଜ ପୃଷ୍ଠାରେ, ଯାହାର ସିଂହଭାଗ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ବହୁତ ଦିନରୁ କବିତା ବହିଟିଏ କରିବାକୁ ମନସ୍ଥ କଲି । ଯାହାକୁ ସାକାର ରୂପ ଦେଇଛନ୍ତି ଲାବଣ୍ୟବତୀ ପ୍ରକାଶନୀ । ସେଥିପାଇଁ ଅଶେଷ କୃତଜ୍ଞତା ।
ପ୍ରଜ୍ଞା ମହାନ୍ତି
2021 Biranchi Narayan–Mani Devi Memorial Award-winning poetry collection:
Words from the Heart
Poetry is a natural stream — it brings rhythm and melody to life. Without it, life turns dull and listless. A human's very first utterance is poetry — fluid, vibrant, and musical. It is in adolescence that poetry begins to enchant the heart, immersing the soul in a whirlwind of emotions, longing, and intensity. Over time, what remains unspoken finds its voice through writing — often taking refuge in poetry. At first, my focus lay in savoring the beauty of poetry — its sweetness, its rich language. Drawn purely by love for poetry, I slowly began to arrange words with my unskilled hand.
From the ripples of my mind’s lake, I gathered emotions and penned them onto paper — many of which found a place in various journals and magazines. For quite some time, I had nurtured the desire to bring out a collection of poems. That dream has taken shape through Labanyabatee Prakashani, and to them, I offer my deepest gratitude.
— Prajna Mohanty
Quantity


