top of page

Anya Eka Sachin (ଅନ୍ୟ ଏକ ସଚ୍ଚିନ୍) - Pramod Kumar Jena(ପ୍ରମୋଦ କୁମାର ଜେନା)

SKU 10
Price

₹200.00

ଏକ ସୁଖପାଠ୍ୟ ଉପନ୍ୟାସ : ଅନ୍ୟ ଏକ ସଚ୍ଚିନ

    କ୍ରିକେଟ୍ ସମ୍ଭ୍ରାନ୍ତ, ଧନୀଲୋକଙ୍କ ଖେଳ l ଏ ଖେଳର ଜନ୍ମଭୂମି ଇଂଲଣ୍ଡ୍ l ଏ ଦେଶର ଲର୍ଡ୍, ରାଜବଂଶୀୟ ଯୁବକମାନେ କ୍ରିକେଟ୍ ଖେଳୁଥିଲେ l ଇଂଲଣ୍ଡର କ୍ରିକେଟିୟରମାନଙ୍କ ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଅଷ୍ଟ୍ରେଲିଆ l ଇଂଲଣ୍ଡ୍ – ଅଷ୍ଟ୍ରେଲିଆ ପରେ ବର୍ତ୍ତମାନ ଏସିଆ-ଦକ୍ଷିଣ ଆଫ୍ରିକା ଏବଂ ଓ୍ୱେଷ୍ଟ୍ ଇଣ୍ଡିଜରେ କ୍ରିକେଟ୍ ଲୋକପ୍ରିୟ କ୍ରୀଡ଼ା ଭାବରେ ଅପୂର୍ବ ଲୋକପ୍ରିୟତା ଅର୍ଜ୍ଜନ କରିଛି l ଏହା ଆଉ ସମ୍ଭ୍ରାନ୍ତ, ଧନୀ ପରିବାରର ଯୁବକମାନଙ୍କ ଖେଳ ହୋଇନାହିଁ l  ଭାରତବର୍ଷରେ ହକି ଜାତୀୟ କ୍ରୀଡ଼ାର ମାନ୍ୟତା ପାଇଥିଲେ ମଧ୍ୟ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ହେଉଛି କ୍ରିକେଟ୍ l ଏହା ଆଉ ସମ୍ଭ୍ରାନ୍ତ, ଅଭିଜାତ ପରିବାରର ଏକଚାଟିଆ ଖେଳ ହୋଇ ନାହିଁ l  ଅତି ଗରିବ ଘରର ପିଲାମାନେ ଜାତୀୟ ସ୍ତରର ଖେଳାଳୀ ଭାବରେ ନିଜର ଦକ୍ଷତା ବଳରେ ଆନ୍ତର୍ଜାତିକ ଖ୍ୟାତି ଅର୍ଜ୍ଜନ କରିଛନ୍ତି l

    ଶ୍ରୀ ପ୍ରମୋଦ କୁମାର ଜେନା ତାଙ୍କ ‘ଅନ୍ୟ ଏକ ସଚ୍ଚିନ’ ଉପନ୍ୟାସରେ ସଚ୍ଚିନ୍ ନାମଧାରୀ ଜଣେ ଦରିଦ୍ର ଗ୍ରାମ୍ୟ କିଶୋରର କ୍ରିକେଟ୍ ପାଗଳାମୀକୁ ନେଇ ଏହି ଛୋଟ ଉପନ୍ୟାସଟି ଲେଖିଛନ୍ତି l ଭାରତୀୟ କ୍ରିକେଟର କିମ୍ବଦନ୍ତୀ ପୁରୁଷ ସଚ୍ଚିନ ତେନ୍ଦୁଲକର୍ କଥା ମନରେ ରଖି ଏଇ ଗ୍ରାମ୍ୟ କିଶୋରର ବାପା ପୁଅର ନାମ ରଖିଥିଲେ ସଚ୍ଚିନ୍ l କେବଳ ନାମଟି ବ୍ୟତୀତ ସେ ଗ୍ରାମ୍ୟ କିଶୋରର ଅନ୍ୟ କେଉଁଥିଲେ ବିଶ୍ୱବିଖ୍ୟାତ କ୍ରିକେଟିୟର୍ ତେନ୍ଦୁଲକରଙ୍କ ସହିତ ମେଳ ନ ଥିଲା l ତା ବାପା ସୁରାଟରେ ଶ୍ରମିକ ଭାବରେ କାମ କରୁଥିଲା l ମାଆ ଅନ୍ୟମାନଙ୍କ ଘରେ ବାସନ ମାଜି ସଂସାର ଚଳାଉଥିଲା l ସଚ୍ଚିନ୍ ଗାଆଁ କ୍ରିକେଟ୍ ଟିମରେ ଏପରି ଖେଳରେ ମାତିଯାଇଥିଲା ଯେ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ବାରମ୍ବାର ଫେଲ୍ ହେଉଥିଲା l ପାଠ ନ ହେବାରୁ ତା ମାଆ ତାର ଜଣେ ସମ୍ପର୍କୀୟା ମଉସା ଘରକୁ ଗାଈ ଜଗିବା ପାଇଁ ପଠାଇ ଦେଉଥିଲେ l ଗାଈ ଜଗିବା ସହିତ ଗ୍ରାମରେ କ୍ଷୀର ବି ବିକ୍ରି କରିବା କାମରେ ତା ମଉସା ଲଗାଇ ଦେଉଥିଲେ l କ୍ଷୀର ଦେବାକୁ ଯାଇ ସଚ୍ଚିନ ଗ୍ରାମର ସ୍ୱାଇଁ ବାବୁଙ୍କ ପରିବାର ସହିତ ଯୋଗସୂତ୍ର ଗଢ଼ି ତୋଳିଥିଲା l ପୁଅ ପାଠ ପଢ଼ିଲା ବେଳେ କ୍ରିକେଟ୍ ଖେଳି ଅନେକ କପ୍ ପୁରସ୍କାର ପାଇଥିଲେ l ଇଞ୍ଜିନିୟର୍ ହୋଇ କମ୍ପାନି ଚାକିରି କରିବା ପାଇଁ କ୍ରିକେଟ୍ ଖେଳ ଛାଡ଼ି ଦେଇଥିଲେ l ପାଠ ଛାଡ଼ି ସମ୍ପର୍କୀୟ ମଉସା ଘରେ ଗାଈ ଜଗିବା, କ୍ଷୀର ବିକିବା କାମରେ ନିଯୁକ୍ତ ହୋଇଥିବା ସଚ୍ଚିନ, ସ୍ୱାଇଁ ବାବୁଙ୍କ ପରିବାର ସହିତ ଜଡ଼ିତ ହୋଇପଡ଼ିବା ପରେ ସ୍ୱାଇଁ ବାବୁଙ୍କ ପତ୍ନୀଙ୍କ ହୀରା ମୁଦି ଚୋରି କେଶରେ ଛନ୍ଦି ହୋଇ ପଡ଼ିଥିଲା l

    ଲେଖକ ଶ୍ରୀ ଜେନା ଏ ଉପନ୍ୟାସରେ କ୍ରିକେଟ୍ ଖେଳକୁ ଅବଲମ୍ବନ କରି ଏକ ସୁଖପାଠ୍ୟ ଉପନ୍ୟାସ ଲେଖିଛନ୍ତି l କାହାଣୀ ବିନ୍ୟାସର ଚମତ୍କାରିତା ଯୋଗୁଁ ପାଠକ ଏ ଉପନ୍ୟାସ ପଢ଼ିଲା ବେଳେ ମଝିରେ ମଝିରେ ଝୁଣ୍ଟିବାର ସମ୍ଭାବନା କମ୍ l ଭାଷା ସରଳ, ଶୈଳୀ ସାବଲୀଳ l

ଏ ଛୋଟ ଉପନ୍ୟାସ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରୁଚି l

(ବିଭୂତି ପଟ୍ଟନାୟକ)

 

A Delightful Read: Another Sachin

Cricket was once considered a sport of the elite and affluent, originating in England where lords and royal youth played the game. England's primary rival in cricket was Australia. Over time, cricket gained immense popularity in Asia, South Africa, and the West Indies. In India, despite hockey being the national sport, cricket has become the most popular game, transcending its elite origins. Even children from impoverished backgrounds have achieved international fame through their talent in cricket.

In his novel Another Sachin, Shri Pramod Kumar Jena narrates the story of a rural boy named Sachin, passionate about cricket. Inspired by the legendary Indian cricketer Sachin Tendulkar, the boy's father names him Sachin. However, beyond the name, there are no similarities between the two. Sachin's father works as a laborer in Surat, and his mother washes dishes in others' homes to sustain the family. Engrossed in village cricket, Sachin repeatedly fails his fourth-grade exams. Due to his academic failures, his mother sends him to a relative's house to tend cows. There, he also starts selling milk in the village.

While delivering milk, Sachin becomes acquainted with the family of the village landlord, Swain Babu. Their son, while studying, plays cricket and wins many cups and awards. Eventually, he becomes an engineer and leaves cricket to work in a company. Meanwhile, Sachin, who had been tending cows and selling milk, becomes entangled with Swain Babu's family and is falsely accused in a case involving the theft of diamond jewelry belonging to Swain Babu's wife.

Author Shri Jena uses cricket as a backdrop to craft an engaging and accessible novel. The story's structure is captivating, ensuring readers remain engrossed throughout. The language is simple, and the style is fluid. This short novel is expected to be well-received by readers.

(Bibhuti Pattnaik)

 

 

Quantity

bottom of page