Ama Mana - Tiki Janha (ଆମ ମନ – ଟିକି ଜହ୍ନ)
₹120.00
₹80.00
ଆମ ମନ – ଟିକି ଜହ୍ନ
(ଗାୟତ୍ରୀ ତ୍ରିପାଠୀ ସୁଆଣ୍ଡୋ ଟ୍ରଷ୍ଟ୍ ୨୦୨୪ ଦ୍ୱାରା ପୁରସ୍କୃତ କବିତା ସଙ୍କଳନ)
ଅନ୍ତରର ଗଭୀରତମ ପ୍ରଦେଶରୁ ପଦେ
ସଭିଁଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ପ୍ରଣାମ ଏବଂ ଶୁଭକାମନା । ଜୀବନର ଚଲାପଥରେ ଚାଲୁ ଚାଲୁ କେତେବେଳେ କବିତା ସହ ଅନ୍ତରଙ୍ଗ ସମୟ କାଟି ଦେବି, ଏହି କଥା କେବେ ମୁଁ ଭାବିନଥିଲି । ଯେତେବେଳେ ମୁଁ +୨ ପଢ଼ୁଥିଲି ସେତେବଳେ ମୋ ସାଙ୍ଗମାନେ ନିଜ ନିଜର ଲେଖା କବିତା ମୋତେ ଶୁଣାଉଥିଲେ । ତାଙ୍କରି କବିତାରେ ଅନୁପ୍ରାଣିତ ହୋଇ ମୁଁ ଆସ୍ତେ ଆସ୍ତେ କବିତା ଲେଖିବା ଆରମ୍ଭ କଲି । ପରେ ପରେ ମୋ ମାଉସୀ (ରଶ୍ମି ରେଖା ତ୍ରିପାଠୀ)ଙ୍କ ପ୍ରେରଣା ଓ ଶୁଭ ଆଶୀର୍ବାଦ ଯୋଗୁଁ “ଆମ ମନ – ଟିକି ଜହ୍ନ” ପୁସ୍ତକଟିକୁ ଲେଖିବାକୁ ସମର୍ଥ ହୋଇପାରିଲି । ଏହି ପରିପ୍ରେକ୍ଷୀରେ ଲାବଣ୍ୟବତୀ ପ୍ରକାଶନିର ପ୍ରୋପ୍ରାଇଟର୍ ଶ୍ରୀମତୀ ରଞ୍ଜୁବାଳା ଜେନାଙ୍କର ସହଯୋଗ ତଥା ବହିଟିକୁ ପ୍ରକାଶ କରିବାରେ ତାଙ୍କର ଆନ୍ତରିକତା ପାଇଁ ମୁଁ ମାଡ଼ାମଙ୍କ ନିକଟରେ ଚିର କୃତଜ୍ଞ । ସର୍ବୋପରି ଗାୟତ୍ରୀ ଟ୍ରଷ୍ଟ୍ ସୁଆଣ୍ଡୋ ଫାଉଣ୍ଡେସନକୁ ମଧ୍ୟ ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି । ସଭିଙ୍କ ମନକୁ ଆନନ୍ଦିତ କରିବା, ଜୀବନର ପଥରେ ସତ୍ୟ, ଧର୍ମ ଓ ଅଂହିସାର ବାର୍ତ୍ତା ପ୍ରେରଣ କରିବା ସହିତ ସମାଜର ମଙ୍ଗଳ ପାଇଁ ମୋ ଲେଖନୀରୁ ନୂଆ ନୂଆ ଶବ୍ଦ ଝରୁଥାଉ । ସେଥିପାଇଁ ଆପଣମାନଙ୍କର ଶୁଭାର୍ଶୀବାଦ ତଥା ଭଗବାନଙ୍କ କୃପା ଦୃଷ୍ଟି ଥାଉ ବୋଲି ମୋର ବିନମ୍ର ପ୍ରାର୍ଥନା ।
ଅଜିତ କୁମାର ମହାପାତ୍ର
Ama Mana - Tiki Janha
(A poetry collection awarded by the Gayatri Tripathy Suaando Trust, 2024)
From the deepest corners of my heart, I extend my heartfelt greetings and best wishes to all.
Never had I imagined that in the journey of life, I would one day spend such intimate moments with poetry.
When I was in +2, my friends used to recite their own poems to me. Inspired by their verses, I gradually began writing poetry myself.
With continued inspiration and blessings from my aunt (Rashmi Rekha Tripathy), I was able to write this book “Ama Mana - Tiki Janha”
In this context, I express my deep gratitude to Madam Ranjubala Jena, Proprietor of Labanyabati Publications, for her cooperation and sincere efforts in publishing this book.
Above all, I also convey my heartfelt thanks to the Gayatri Trust Suaando Foundation.
May my words continue to bring joy to your hearts, spread the message of truth, righteousness, and non-violence, and contribute to the betterment of society.
I humbly pray for your blessings and the divine grace of God on this path.
– Ajit Kumar Mahapatra
Quantity


